Odia News Portal

ଆସିଲା ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ଏମ୍.ଏସ୍ ଧୋନିଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ଆସିଛି। ତେବେ ଭଲ କଥା ହେଲା ଯେ, ଧୋନିଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ପରୀକ୍ଷା ରାଞ୍ଚିରେ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।  ଏମ୍ଏସ୍ ଧୋନି ଏବେ ଖୁବ୍ ଶୀଘ୍ର  ନିଜର ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗଦେବେ।

ମିଳିଥିବା ସୂଚନା ଅନୁସାରେ, ଏମଏସ ଧୋନି ଶୁକ୍ରବାର ଦିନ ଚେନ୍ନାଇ ଯାଇପାରନ୍ତି। ଆଇପିଏଲରେ ଖେଳାଳିଙ୍କ ସୁରକ୍ଷା ପାଇଁ ବିସିସିଆଇ ଅନେକ କିଛି କଡା ନିୟମ ପ୍ରସ୍ତୁତ କରିଛି। ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳିଙ୍କୁ ୟୁଏଇ ଯିବା ପୂର୍ବରୁ ଦୁଇଥର କରୋନା ପରୀକ୍ଷା କରିବାକୁ ପଡିବ। ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ନକାରାତ୍ମକ ହେବା ପରେ ଖେଳାଳିମାନଙ୍କୁ ଆଇପିଏଲ ୨୦୨୦ ରେ ଖେଳିବାକୁ ଅନୁମତି ଦିଆଯିବ। ଏହି ନିୟମ ଅନୁଯାୟୀ ଧୋନି ବୁଧବାର ତାଙ୍କର କରୋନା ପରୀକ୍ଷା କରିଛନ୍ତି।  ରାଞ୍ଚିର ଗୁରୁନାନକ ହସ୍ପିଟାଲର କର୍ମଚାରୀ ତାଙ୍କ ଫାର୍ମହାଉସ ଆସି କରି ଧୋନି   ନମୁନା ସଂଗ୍ରହ କରଥିଲେ।