ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀ ସମୟରେ ବହୁତ ସେଲିବ୍ରେଟି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସୋନୁ ସୁଦ୍ ଏବେ ମଧ୍ୟ ଅନ୍ୟ ସ୍ଥାନରେ ଫସିଥିବା ଲୋକଙ୍କ ସହ ନିଜର ଚାକିରୀ ହରାଇଥିବା ଲୋକଙ୍କୁ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ବହୁତ ଲୋକ ଆବଶ୍ୟକୀୟ ଜିନିଷ ମଧ୍ୟ ଦିଆଯାଇଛି । ସେଲିବ୍ରେଟିଙ୍କ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ନାମ ମଧ୍ୟ ଯୋଡ଼ି ହୋଇ ଯାଇଛି । ସେ ୧୧ ଅଗଷ୍ଟରେ ନିଜର ଜନ୍ମଦିନରେ ମହାରାଷ୍ଟ୍ରର ଦୁଇଟି ଗାଁକୁ ନିଜ ଦାୟିତ୍ୱରେ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଜ୍ୟାକଲିନ୍ ପଥରଦି ଓ ସାକୁର ନାମକ ଏହି ଦୁଇଟି ଗାଁକୁ ୩ବର୍ଷ ପାଇଁ ପୋଷ୍ୟ ଗାଁ କରିବା କଥା କହିଛନ୍ତି ।
ଟାଇମ୍ସ ସହ ସାକ୍ଷାତ୍କାର ସମୟରେ ଜ୍ୟାକ୍ଲିନ୍ କହିଛନ୍ତି କି , ସେ ଏହି ଦୁଇଟି ଗାଁରେ ରହୁଥିବା ସେହି ଲୋକଙ୍କ ଖାଦ୍ୟ ସମ୍ୱନ୍ଧୀୟ ଜିନିଷକୁ ଯୋଗାଇ ଦେବେ , ଯେଉଁମାନେ ପୁଷ୍ଟକର ଖାଦ୍ୟ ପାଉନାହାନ୍ତି । ଏହି ପ୍ରୟାସ ବିଷୟରେ କଥା ହୋଇ ଜ୍ୟାକଲିନ୍ କହିଛନ୍ତି , ଏହା କିଛି ଦିନ ହେଲା ମୋ ମନରେ ଆସିଥିଲା । ଏହି ମହାମାରୀ କାରଣରୁ ଚଳିତ ବର୍ଷ ସମସ୍ତଙ୍କ ପାଇଁ ବହୁତ ମୁସ୍କିଲ୍ ପୂର୍ଣ୍ଣ । ଆମ ଭିତରେ କିଛି ଲୋକ ଭାଗ୍ୟବାନ , ହେଲେ ସମାଜରେ ଆଉ କିଛି ଲୋକ ଯିଏକି ନିଜର ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି । ଏହି ପ୍ରୋଜେକ୍ଟରେ ପାଖାପାଖି ୧୫୫୦ଜଣ ଲୋକଙ୍କର ଯତ୍ନ ନିଆଯିବ । ଗାଁର ଲୋକଙ୍କର ତଦନ୍ତ କରି ଅପପୁଷ୍ଟି ବିଷୟରେ ଲଗାଯିବ । ତାଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।
ଏହା ସହ ଜ୍ୟାକଲିନ୍ କହିଛନ୍ତି , ଆମେ ୧୫୦ଜଣ ମହିଳାଙ୍କୁ ସୂଚନା ଦେବା ଓ ସମର୍ଥନ କରିବାକୁ ମଧ୍ୟ ଯୋଜନା ତିଆରି କରିଛୁ । ଯାହାକି ସେ ନିଜର ନବଜାତ ଶିଶୁଙ୍କର ଭଲରେ ଯତ୍ନ ନେଇପାରିବେ ଏବଂ ୭ଜଣ ଫ୍ରଣ୍ଟଲାଇନ୍ ୱାର୍କରକୁ ମଧ୍ୟ ପ୍ରଶିକ୍ଷଣ ଓ ଚାକିରୀରେ ସହାୟତା ଦିଆଯିବ । ଆମେ ୨୦ଟି ପରିବାରର ସ୍ୱାସ୍ଥ୍ୟକୁ ଟ୍ରାକ୍ କରିବାର ଯୋଜନା କରୁଛୁ , ଯାହାଙ୍କୁ ଅପପୁଷ୍ଟିକୁ ଦୂର କରିବାର ଜିନିଷ ଉପଲବ୍ଧ କରାଯିବ ଏବଂ ୨୦ ଜଣ ମହିଳାଙ୍କୁ ଗର୍ଭଧାରଣ କରିବା ଠାରୁ ନେଇ ପ୍ରସବ ଯାଏ ସହାୟତା ଦିଆଯିବ । ସେ ସୁରକ୍ଷିତ ଓ ସୁସ୍ଥ ରହିପାରିବେ । ୨୦ଟି କିଚନ ଗାର୍ଡେନ୍ ସ୍ଥାପିତ କରାଯିବ ଏବଂ ୨୦ଜଣ ପିଲାଙ୍କ ଅପପୁଷ୍ଟିର ଚିକିତ୍ସା ହେବ । ସମାଜକୁ ବି କିଛି ଫେରେଇବାକୁ ହେବ ,ଯେମିତି ମୋ ମାତା-ପିତା ମୋତେ ଶିଖାଇଛନ୍ତି ଓ ମୋ ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି ।