Odia News Portal

ସ୍ଥଗିତ ହେଲା ଏହି ସୋ, ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା

ମୁମ୍ବାଇ  : ଯଦି ଆପଣଙ୍କର ଟିଭି ଦେଖିବା ପାଇଁ ଅଧିକ ସୌକିନ୍‌ ଏବଂ ରିଏଲିଟି ସୋ’ ବିଗ୍‌ ବସ୍‌ର ଫ୍ୟାନ୍‌ ତାହେଲେ ଏହି ଖବର ଆପଣଙ୍କ ପାଇଁ। ବିଗ୍‌ ବସ୍‌-୧୪କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଗ୍‌ ବସ୍‌ ୨୦୨୦ ର କ୍ରମାଗତ ଆସୁଥିବା ଟିଜର ଏବଂ ପ୍ରମୋକୁ ଦେଖି ଯଦି ଆପଣ ଏହି ବିଶ୍ବାସରେ ଅଛନ୍ତି କି ସୋ’ର ଏଣ୍ଟରଟେନ୍‌ମେଣ୍ଟର ତନଡ଼ାର ମଜା ଆପଣ ଜଲଦି ନେଇପାରିବେ, ତାହେଲେ ଧ୍ୟାନ ଦେି ଏହି ଖବର ପଢ଼ନ୍ତୁ।

ଖବର ମୁତାବିକ, ସଲମାନ ଖାନଙ୍କ ଏହି ସୋକୁ ସ୍ଥଗିତ ହେବାକୁ ଯାଉଛି। ବିଗ୍‌ ବସ୍‌ ୨୦୨୦ ସେପ୍ଟେମ୍ବର ମାସ ପହିଲାରେ ଆରମ୍ଭ ହେବାକୁ ଥିଲା। ଚ୍ୟାନେଲ ଓ ମେକର୍ସଙ୍କୁ ସୋ’ ଏକ ମାସ ଆଗରୁ ଘୁଞ୍ଚାଇବାକୁ ପଡ଼ୁଛି। କାରଣ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସେଟରେ ସୁଟିଂ କରିହେବ ନାହିଁ। ବିଗ୍‌ ବସ୍ ର ସେଟ୍‌ ପ୍ରତିଯୋଗୀଙ୍କ ପାଇଁ ପୂରା ପୂରି ପ୍ରସ୍ତୁତ ହୋଇନାହିଁ।

ଏବେ ସୋ’କୁ ଅକ୍ଟୋବରରେ ଟେଲିକାଷ୍ଟ କରାଯିବ। ଏକ ରିପୋର୍ଟରେ କୁହାଯାଇଛି, ମେକର୍ସ ସୋ’କୁ ଅକ୍ଟୋବର ୪ରୁ ଲାଇଭ୍‌ କରିବାକୁ ଯୋଜନା କରୁଛନ୍ତି। ଚଳିତ ବର୍ଷ ଦେଖିବାକୁ ବାକି ରହିଲା କି, ବିଗ୍‌ ବସ୍‌ କେଉଁ ନୂଆ ଅନ୍ଦାଜରେ ଦର୍ଶକଙ୍କ ସାମ୍ନାକୁ ଆସିବ। କୁହାଯାଉଛି କି ଏଥରର ସିଜନ ସବୁଠୁ ଭିନ୍ନ ହେବାର ଅଛି। ସୋ’ର ପ୍ରମୋ ଏବଂ ଟିଜରରେ ସଲମାନ ଖାନ୍‌ ନୂଆ ଅନ୍ଦାଜରେ ନଜର ଆସିବେ। ଯାହା ତାଙ୍କୁ ଫ୍ୟାନ୍ସଙ୍କୁ ପସନ୍ଦ ଆସିବ ବୋଲି କୁହାଯାଇଛି। ସୋରେ କିଏ କିଏ ପ୍ରତିଯୋଗୀ ଘରେ ନଜର ଆସିବେ ଏଥିରେ କିନ୍ତୁ ସସ୍‌ପେନ୍ସ ରଖାଯାଇଛି। କୁହାଯାଉଛି କି, ଏଥର ସୋ’ରେ ଜୈସମୀନ୍‌ ଭସୀନ, ପବିତ୍ର ପୁନିୟା, ଏଜାଜ ଖାନ୍‌ ଏବଂ ନୈନା ସିଂହ ନଜର ଆସିପାରନ୍ତି।