ଭୁବନେଶ୍ବର() କରୋନା ପାଇଁ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ପ୍ଲାଜମା ସହାୟତାରେ ରୋଗୀମାନଙ୍କର ଚିକିତ୍ସା କରାଯାଉଛି । ଏହାରି ମଧ୍ୟରେ କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ଏସସିବି, କ୍ୟାପିଟାଲ, ଏମକେସିଜି ହସ୍ପିଟା. ରାଉରକେଲା ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି ।