Odia News Portal

କରୋନା ମୃତକଙ୍କ ଅନ୍ତିମକ୍ରିୟାରେ ସାମିଲ ହେଲେ ଓଡିଶା- ମୋ ପରିବାରର ମହିଲା ସ୍ବେଚ୍ଛାସେବୀ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ୍ଥ୍ୟ୍ ସଂଖ୍ୟା  ବଢୁଥିବା ବେଳେ ମୃତ୍ୟୁ  ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ହେବା ଦ୍ବାରା ନିଜ ଲୋକ ମଧ୍ୟ ମୃତକଙ୍କ ପାଖ ମାଡୁନାହାନ୍ତି । ଏହି ଭିତରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ଲାଗି ଆଗେଇ ଆସିଛନ୍ତି ଓଡିଶା-ମୋ ପରିବାରର କିଛି ସଦସ୍ୟ । ଓଡିଶା ମୋ ପରିବାର କରୋନା ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାରେ ସହାୟତା କରିଆସୁଥିବା ବେଳେ କିଛି ମହିଳା ସ୍ବେଚ୍ଛାସେବୀ ଏହି କାର୍ଯ୍ୟ ସମ୍ପାଦନରେ ନିଜକୁ ସାମିଲ କରିଛନ୍ତି |

ଆଜି ରାଜଧାନୀ ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ସମ୍ପନ୍ନ କରିବା ଲାଗି ଓଡିଶା-ମୋ ପରିବାର ତରଫରୁ ଆଗେଇ ଅସିଥିଲେ ମହିଳା ସ୍ବେଚ୍ଛାସେବୀ । ଏହି ମହତ କାର୍ଯ୍ୟରେ ରାଜଲକ୍ଷ୍ମୀ ବେହେରା, ପୁଷ୍ପଲତା ଦାସ ଏବଂ ମୀନା କୁମାରୀ ଜେନା ସଂପୃକ୍ତ ମହିଳା ସ୍ବେଚ୍ଛାସେବୀମାନେ ଶ୍ମଶାନ ଘାଟରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ବାସନା ଦେଇଥିଲେ ।