ବଲିଉଡରେ ଏବେ ଚର୍ଚ୍ଚା ହେଉଛି ଯେ ଦୀର୍ଘଦିନଧରି ସଂପର୍କରେଥିବା ଏକ ଯୋଡି ଆର ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏମାନଙ୍କ ଭିତରୁ ପ୍ରେମିକାଙ୍କ ବୟସ ହେଲେ ୪୪ ବର୍ଷ ଏବଂ ପ୍ରେମିକ ତାଙ୍କଠାରୁ ବୟସରେ ଢ଼େର୍ କମ୍। ଗତ କିଛିଦିନ ତଲେଳ ଏଦୁହିଁଙ୍କୁ ଆବୁଧାବିରେ ସମୟ କାଟୁଥିବାର ଦେଖିବାକୁ ମିଳିଥିଲା।
ବଲିଉଡ୍ ଷ୍ଟାର ଅର୍ଜୁନ କପୁରଙ୍କ ସହ ଡେଟ୍ କଥାକୁ କିଛି ଦିନତଳେ ଅସ୍ୱୀକାର କରିଥିଲେ ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା
ବେଶ୍ କିଛି ସମୟ ଧରି ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁରଙ୍କର ଆଫେଆର୍କୁ ନେଇ ଚର୍ଚ୍ଚା ଜୋର ଧରିଛି।ଅର୍ଜୁନଙ୍କ କପୁରଙ୍କୁ ମଧ୍ୟ ଅରବାଜ୍ ଖାନ୍ ଓ ମଲ୍ଲାଇକା ଅରୋରାଙ୍କ ଛାଡପତ୍ରର କାରଣ ବୋଲି କୁହାଗଲା।
ଏବେ ଶୁଣିବାକୁ ମିଳୁଛି କି ସେଦୁହେଁ ଆଉ କାହାରିକୁ ଡରିବେନି। ସେମାନେ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଘୋଷଣା କରିବେ କି ହଁ ସେମାନେ ପ୍ରେମୀ। ଏହାଛଡ଼ା ସେଦୁହେଁ ବିବାହ କରିପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ନିକଟରେ ଏକ ରିଆଲିଟି ସୋ’ରେ ଅର୍ଜୁନ କପୁରତାଙ୍କର ନୂଆ ସିନେମା ‘ନମସ୍ତେ ଇଂଲାଣ୍ଡ’ର ପ୍ରମୋସନ୍ କରିବାକୁ ଯାଇଥିଲେ । ସେଥିରେ ଜଜ୍ ଥିଲେ ମଲାଇକା ଅରୋରା ।ସେହିସମୟରେ ଏକଥା ସ୍ପଷ୍ଟ ହୋଇଥିବା ଜଣାଯାଇଛି।କିଛି ଦିନ ତଳେ ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରା ଏକ ଫ୍ୟାସନ୍ ସୋ’ରେ ସାଙ୍ଗ ହୋଇ ନଜର ଆସିଥିଲେ।
Sign in
Sign in
Recover your password.
A password will be e-mailed to you.