ଭୁବନେଶ୍ୱର() ଏସସିବି ମେଡିକାଲ ପରିସରରେ ଭିଆରଡିଏଲ ଉଦଘାଟିତ ହୋଇଯାଇଛି । ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଭିଆରଡିଏଲ କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭିଆରଡିଏଲ ବା ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ କରୋନା ଭୂତାଣୁର ଗବେଷଣା କରାଯିବ ।
ପ୍ରକାଶ ଯେ, ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ଓଡ଼ିଶାରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏହି ସମୟରେ ଏସସିବି ମେଡିକାଲ ପରିସରରେ ଭିଆରଡିଏଲ ଉଦଘାଟିତ ହେବା ନିଶ୍ଚିତ ଏକ ଖୁସି ଖବର ।