Odia News Portal

ଆଇସୋଲେସନ୍‌ରେ ସଲମାନ୍

ମୁମ୍ବାଇ() କରୋନା ଭାଇରସ୍‌ ଜାଲରେ ଫସିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ରିପୋର୍ଟ ମୁତାବକ ସଲମାନଙ୍କ ଡ୍ରାଇଭର ଅଶୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡ୍ରାଇଭରଙ୍କ ସମେତ ସଲମାନଙ୍କ ଘରର ୨ ଷ୍ଟାଫ୍‌ଙ୍କର ମଧ୍ୟ କରୋନା ପଜିଟିଭ୍‌ ଆସିଛି। ଏହି ଖବର ପାଇବା ପରେ ସଲମାନ୍‌ ନିଜେ ୧୪ ଦିନ ପାଇଁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

କେବଳ ସଲମାନ୍‌ ନୁହେଁ ତାଙ୍କ ପରିବାର ସଦସ୍ୟ ମଧ୍ୟ ୧୪ ଦିନ ପାଇଁ ଆଇସୋଲେସନ୍‌ରେ ରହିଛନ୍ତି। କୁହାଯାଉଛି ଯେ ସଂକ୍ରମିତ ଷ୍ଟାଫ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସଲମାନ୍‌ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କରୋନା ପଜିଟିଭ୍‌ କି ନାହିଁ ତାହା ଏବେ ଯାଏଁ ଜଣାପଡ଼ିନାହିଁ।