ଭୁବନେଶ୍ୱର : ରାଜ୍ୟର ପୌରାଞ୍ଚଳ ଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ନିର୍ବାଚନ ହୋଇପାରିନି ନିର୍ବାଚନ ପ୍ରକ୍ରିୟା ପ୍ରାୟ ବର୍ଷେ ବିଳମ୍ବିିତ ହୋଇସାରିଥିବାବେଳେ ଏହି ପ୍ରକ୍ରିୟା ଆହୁରି ବିଳମ୍ବିତ ହେବ । ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏକ ଲିଖିତ ପ୍ରଶ୍ନରେ ଦେଇଥିବା ଉରରୁ ସ୍ପଷ୍ଟ ବାରି ହେଉଛି ।
ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଥିବା ପୌରାଞ୍ଚଳଗୁଡିକ କେବେଠାରୁ ସ୍ଥାପିତ ହୋଇଛି ଏବଂ ଏହିସବୁ ସଂସ୍ଥା ପାଇଁ ଜନ ପ୍ରତିନିଧିଙ୍କ ଆବଶ୍ୟକତା ଅଛି କି ନାହିଁ ଜନପ୍ରତିନିଧି ବିହୀନ ଗଣତନ୍ତ୍ର ଶାସନ ପଦ୍ଧତିରେ ଚାଲିଥିବା ମୁ୍ନିସିପାଲିଟି ଓ ଏନଏସି ଗୁଡିକର ନିର୍ବାଚନ ନ ହେବାର କାରଣ କ’ଣ ଏବଂ ଏଥିପାଇଁ କିଏ ଦାୟୀ?
ଏହାର ଉରରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, 1994 ଅଗଷ୍ଟ 15 ତାରିଖରେ କଟକ ଓ ଭୁବନେଶ୍ୱର ମହାନଗର ନିଗମ ସ୍ଥାପିତ ହୋଇଥିଲା । 2008 ଡିସେମ୍ବର 30ରେ ବ୍ରହ୍ମପୁୁର ଏବଂ 2014 ନଭେମ୍ବର 21ରେ ରାଉରକେଲା, ସମ୍ବଲପୁର ମହାନଗର ନିଗମ ସ୍ଥାପିତ ହୋଇଥିଲା ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣିରେ ଗତ 2015 ମାର୍ଚ୍ଚ ଓ ଏପ୍ରିଲରେ ହୋଇଥିବା ସ୍ଥଗିତାଦେଶ ଯୋଗୁଁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରିନି । ଅବଶିଷ୍ଟ 3ଟି ମହାନଗର ନିଗମର ନିର୍ବାଚନ ପ୍ରଚଳିତ ନିୟମରେ ଅାବଶ୍ୟକ ସଂଶୋଧନ ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।
ସେହିଭଳି ରାଜ୍ୟରେ କାର୍ଯ୍ୟକାଳ ଶେଷ ହୋଇଥିବା ମୁ୍ନିସିପାଲିଟି ଓ ଏନଏସି ସହିତ ନୂତନ ଭାବେ ଗଠନ କରାଯାଇଥିବା ଏନଏସିରେ ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିନ୍ତୁ ଓଡ଼ିଶା ହାଇକୋର୍ଟ 2016ରେ ସଂରକ୍ଷଣ ନେଇ ଯେଉଁ ରାୟ ଦେଇଥିଲେ
2018ରେ ସୁପ୍ରିମକୋର୍ଟ ସେହି ରାୟକୁ କାଏମ ରଖିଛନ୍ତି । ଏହାଦ୍ୱାରା ପ୍ରଚଳିତ ନିୟମରେ ଆବଶ୍ୟକ ସଂଶୋଧନ ଆଣି ନିର୍ବାଚନ କରାଯିବ । ଏହି ସଂଶୋଧନ ପ୍ରକ୍ରିୟା କୋଭିଡ୍ ମହାମାରୀ ଯୋଗୁଁ ବାଧାପ୍ରାପ୍ତ ହୋଇଛି । ନିୟମରେ ସଂଶୋଧନ ଆଣିବା ପରେ ପୌରାଞ୍ଚଳ ଗୁଡିକରେ ନିର୍ବାଚନ କରାଯିବାକୁ ପଦକ୍ଷେପ ନିଅାଯିବ ବୋଲି ସେ କହିଛନ୍ତି ।