ଭୁବନେଶ୍ୱର : ପ୍ରଗତିବାଦୀ ଓ ସୁପରହିଟ୍ସ ୯୩.୫ ରେଡ୍ ଏଫଏମ୍ ଆନୁ୍କୂଲ୍ୟରେ ଇନ୍ଦିରା ମୈଦାନରେ ଚାଲିଥିବା ରେଡ୍ ପ୍ରିମିଅର ଲିଗ୍ ସିଜନ-୪ର ଆଜି ଦ୍ୱିତୀୟ ଦିବସ ଖେଳରେ ଆମ୍ରି ଓ ସିସିସି ବିଜୟୀ ହୋଇଛି ।
ମ୍ୟାଚ ନମ୍ବର-୮ରେ ଆମ୍ରି ୩୨ ରନରେ ଡିଏସୱାଇଏସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବ୍ୟାଟିଂ ଲାଗି ଆମନ୍ତ୍ରଣ ପାଇଥିବା ଆମି୍ର ନିର୍ଦ୍ଧାରିତ ୮ ଓଭରରେ ୬ ୱିକେଟ ହରାଇ ୧୧୮ ରନ୍ କରିଥିଲା । ଜବାବରେଡିଏସୱାଇଏସ ୬ ୱିକେଟ ବିନିମୟରେ ୮୬ ରନ୍ କରି ପରାଜୟ ସ୍ୱୀକାର କରିଛି । ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଶିବ ପଟ୍ଟନାୟକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ।

ମ୍ୟାଚ ନମ୍ବର -୯ରେ ସିସିସି ପ୍ରତିପକ୍ଷ ଅଣ୍ଡର ୱାଲକୁ ୫ ୱିକେଟରେ ହରାଇଛି । ଓଣ୍ଡର ୱାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୮୪ ରନ୍ କରିଥିଲା । ଏହାର ଜବାବରେ ସିସିସି ୭.୩ ଓଭରରେ ୫ ୱିକେଟ ହରାଇ ୮୯ ରନ୍ କରିବା ସହ ବିଜୟୀ ହୋଇଛି । ସତୀଶ ପଟେଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ଓ ଯୁବ ସେବା ନିର୍ଦେଶକ ଆର.ଭିନୀଲ କ୍ରିଷ୍ଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କ୍ରିକେଟ ଚାମ୍ପିଅନସିପ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ଉଦ୍ୟାପନୀ ଦିବସରେ ପ୍ରଗତିବାଦୀ ରେଡ୍ ଏଫଏମ୍ ଓ ଡକ୍ଟର୍ସ ୧୧ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।