Odia News Portal

ପିସିସି କାର୍ଯ୍ୟାଳୟରେ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ ଏକ ଶୋଭସଭାର ଆୟୋଜନ କରାଯାଇଛି । ଏହି ଶୋକସଭାରେ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ରହି ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି |

ସୂଚନା ଅନୁଯାୟୀ, ଆଗାମୀ ୧୭ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ସମସ୍ତ ପ୍ରସ୍ତୁତି । ଏପରିକି ଆଜି ପିପିଲିରେ ପୁଲିଂ ପାର୍ଟି ପହଞ୍ଚିଥାନ୍ତା । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୁଲିଂ ପାର୍ଟି ଓ ପ୍ରିଜାଇଡିଂ ଅଫିସରଙ୍କୁ ଦିଆଯାଇଥିଲା କରୋନା ଟିକା । ନିର୍ବାଚନ ପରିଚାଳନା ନେଇ ଦୁଇ ଦୁଇ ଥର ପ୍ରଶିକ୍ଷଣ ବି ନେଇସାରିଥିଲେ । ୧୧୦ନମ୍ବର ପିପିଲି ବିଧାନସଭାରେ ଉପନିର୍ବାଚନ ପାଇଁ ୩୪୮ବୁଥରେ ଭୋଟ ଗ୍ରହଣ ହେବାର ଥିଲା ।ପ୍ରତି ବୁଥରେ ୪ଜଣ ପୁଲିଂ ପାର୍ଟି ଓ ପ୍ରିଜାଇଣ୍ଡିଂ ଅଫିସରଙ୍କ ସହ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥାନ୍ତା । ନିର୍ବାଚନ ପାଇଁ ଆଜି କର୍ମଚାରୀମାନେ ଯିବା ଲାଗି ଗାଡି ବି ଠିକ୍ ହୋଇସାରିଥିଲା । ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପରେ ଅଧାରୁ ପ୍ରଚାର ବନ୍ଦ କରିଥିଲେ ୩ପ୍ରମୁଖ ରାଜନୈତିକ ଦଳ ।