ବଲାଙ୍ଗୀର: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ଆଉ ପ୍ରେମ ଦେଖେନା ବୟସର ତାରତମ୍ୟ । ଜଣେ ବିହାହିତା ୩୩ ବର୍ଷୀୟା ମହିଳା ନିଜଠାରୁ ୧୧ବର୍ଷ ସାନ ଯୁବକଙ୍କୁ ବିବାହ କରିଛନ୍ତି । ନିଜର ଦୁଇପୁଅ ଏବଂ ସ୍ୱାମୀଙ୍କୁ ଛାଡ଼ି ଶେଷରେ ପ୍ରେମିକର ହାତ ଧରିଛନ୍ତି ସେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ସୂଚନା ଥାଉକି, ମହିଳାଙ୍କ ଦୁଇଟି ପୁଅ ରହିଛନ୍ତି । ଜଣଙ୍କ ବୟସ ୪ବର୍ଷ ଥିବା ସାନ ପୁଅର ବୟସ ଦେଢ଼ବର୍ଷ । ମହିଳାଙ୍କ ବିବାହକୁ ପାଞ୍ଚବର୍ଷ ହୋଇଥିଲେ ସୁଦ୍ଧା ପଡିଶାଘରର ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ତେବେ ମହିଳାଙ୍କଠାରୁ ୧୧ବର୍ଷ ସାନ ହେଉଛନ୍ତି ତାଙ୍କ ପ୍ରେମିକ । ଉଭୟ ଘରଛାଡ଼ି ଫେରାର ହୋଇଯାଇଥିଲେ । ତାଙ୍କ ସ୍ୱାମୀ ନିଖୋଜ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି କରିଥିଲା ।
ଉଭୟଙ୍କୁ ଓଡ଼ିଶା ବାହାରୁ ଉଦ୍ଧାର କରିବା ପରେ ସେମାନଙ୍କୁ ଆଣି ସୁଧାର ଗୃହରେ ରଖିଥିଲେ । ମହିଳାଙ୍କ ସ୍ୱାମୀ ଗ୍ରହଣ କରିବା ଅରାଜିଥିବା ବେଳେ ବାପଘର ଲୋକେ ମଧ୍ୟ ଘରକୁ ନେଇନଥିଲେ । ମହିଳା ଜଣଙ୍କ ସବୁବେଳେ ଅନ୍ୟମନସ୍କ ରହୁଥିବା ସହ ଚିନ୍ତାରେ ରହୁଥିଲେ । ତେବେ ପୋଲିସ ତାଙ୍କ ସହମତି ନେଇ ଶେଷରେ ସ୍ୱାମୀଙ୍କ ସାମନାରେ ଯୁବକଙ୍କ ସହ ତାଙ୍କର ବିବାହ କରାଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।