ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଦର । କୋତୋଟି ସହରରେ ଶହେ ଟଙ୍କା ଉପରେ ରହିଛି ପୋଟ୍ରୋଲ ଦର । ମୁମ୍ବାଇରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୪୭ ପଇସା ରହିଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶାର କିଛି ସ୍ଥାନରେ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ୯୫ ଟଙ୍କ ୨୮ ପଇସା ରହିଛି ଦର । ତେବେ ପ୍ରତିଦିନ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହିଛି ନିମ୍ନ ମଧ୍ୟବିତ୍ତ ପରିବାର ।
ଲକଡାଉନ ସମୟରେ ରୋଜଗାର ନଥିବା ବେଳେ ପେଟ୍ରୋଲ, ଡିଜେଲ ଦର ଏଭଳି ଭାବରେ ଅହେତୁକଭାବେ ବୃଦ୍ଧିକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା । ଦର କେବେ କମିବ ତାକୁ ନେଇ ଚିନ୍ତାରେ ରହିଛନ୍ତି ଲୋକେ । ସେପଟେ ନିର୍ବାଚନ ପୂର୍ବରୁ ଅବକି ବାର ମୋଦି ସରକାର କହୁଥିବା କେନ୍ଦ୍ର ସରକାରଙ୍କୁ ଲୋକେ ଇଙ୍ଗିତ କରି ସୋସିଆଲ ମିଡିଆରେ ବିଭିନ୍ନ ଖରାପ ମନ୍ତବ୍ୟ ଦେବା ସହ କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।