ଭୁବନେଶ୍ବର: ହାଇକୋର୍ଟଙ୍କ ପରେ ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଏହା ପରେ ଜେଲ୍ରୁ ବାହାରିବା ପାଇଁ ରାସ୍ତା ପରିଷ୍କାର ହୋଇଥିଲା।
ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇଥିଲେ। ତାଙ୍କ ଓକିଲ୍ ହିଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆୟର ଭୁବନେଶ୍ୱରରୁ ସିଧା ଚେନ୍ନାଇ ଯିବେ। ସେଠାରେ ସେ ତାଙ୍କ ମାଆଙ୍କୁ ଭେଟିବେ।
ଗତ କିଛି ଦିନ ହେଲା ଅଭିଜିତ୍ ଆୟର ମିତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା।