Odia News Portal

ଦୁର୍ଘଟଣାରେ ବାଇକି ଚାଳକର ମୃତ୍ୟୁ

ପିପିଲି:  ପୁରୀ ଭୂବନେଶ୍ବର ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ନିକଟରେ ଏକ ବାଇକି ଚଳାଇ ଆସୁଥିବା ଯୁବକଟି ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥା ତଳେ ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଉତ୍ତରା ଫାଣ୍ଡି ଅଧିକାରି ପହଂଚି ଗୁରୁତର ଯୁବକଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ ହସ୍ପିଟାଲ ପଠାଇଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଜଣାଇଥିଲେ । ପୁରୀ ରୁ ଭୂବନେଶ୍ବର ଆସୁଥିବା ସମୟରେ ଗୁଡିଆ ପୋଖରୀ ଛକ ନିକଟସ୍ଥ ଡିଭାଇଡରରେ ଧକ୍କା ଦେଇ ଗୁରୁତର ଅବସ୍ଥା ପଡିଥିଲା ଯୁବକ। ତାର ପରିଚୟ ମିଳିନଥିବା ଉତ୍ତରା ଫାଣ୍ଡି ଅଧିକାରି ଅଶୋକ କୁମାର ଗୋଛାୟତ ସୂଚନା ଦେଇଛନ୍ତି।