ଭୁବନେଶ୍ୱର, ୭ ଡିସେମ୍ବର, ୨୦୧୮: ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟ ସୃଷ୍ଟି କରିଛି ସଫଳତାର ୭ମ ସନ୍ଧ୍ୟା । ଅସଂଖ୍ୟ ଦର୍ଶକ ୭ମ ଦିନର କାର୍ଯ୍ୟକ୍ରମରେ ହୋଇଛନ୍ତି ଚକିତ । ଭୁଫେଷ୍ଟୋ- ଅନ୍ତର୍ଜାତୀରୟ ଷ୍ଟୋରୀ ଟେଲିଂ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ଦର୍ଶକ ବିପୁଳ ଉତ୍ସାହ ମଧ୍ୟରେ ୩ ପାର୍କରେ ଉପସ୍ଥିତ ହୋଇ ଅନନ୍ୟ ଷ୍ଟୋରୀ ଟେଲିଂ ଅଧିବେସନର ଆନନ୍ଦ ନେଇଛନ୍ତି ।
ସନ୍ଧ୍ୟାରେ ଲୋକପ୍ରିୟ ଷ୍ଟାଣ୍ଡ୍ଅପ୍ କମେଡିଆନ୍ ରୋହିତ ସ୍ୱାଇଁ ଏବଂ କୁମାର ବରୁଣଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ଚମକ୍ରୃତ କରିଥିଲା । ଏହି ଦୁଇ କମେଡିଆନ୍ ଏକ ହାସ୍ୟରସାତ୍ମକ ସନ୍ଧ୍ୟାର ସଫଳ ନାୟକ ସାଜିଥିଲେ । ମଂଚରେ ଜଣଙ୍କ ପରେ ଜଣେ ନିଜର ହାସ୍ୟରସ ପରିବେଷଣ କରିଥିଲେ । ସେମାନଙ୍କର ଅନନ୍ୟ ଅଭିନୟ ଚାତୁରୀ ଦର୍ଶକଙ୍କ ମଧ୍ୟରେ ଗଭୀର ରେଖାପାତ କରିଥିଲା । ବିଶ୍ୱକଲ୍ୟାଣ ରଥ ତାଙ୍କର ଶ୍ରେଷ୍ଠ ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ । ସେ ଦୈନଦିନ ଜୀବନଶୈଳୀ ଉପରେ ବିଶେଷ କରି ଟେଲିଫୋନ୍, ଗଣିତ ସମେତ ଅନେକ ବିଷୟ ଉପରେ ୪୫ ମିନିଟ୍ ଧରି ହାସ୍ୟରସ ପରିବେଷଣ କରିଥିଲେ । ତାଙ୍କର ଓଜ୍ଜସ୍ୱିନୀ ହାସ୍ୟରସ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା ।

ଆଫ୍ରିକା ତଥା କେନିଆର ଖ୍ୟାତି ସମ୍ପନ୍ନ ଷ୍ଟୋରୀ ଟେଲର ୱାଙ୍ଗରୀ ଗ୍ରାସେ ନିଜର ଥିମ୍ ପରଫରମାନ୍ସ ପାଇଁ ବେଶ୍ ପରିଚିତି ହାସଲ କରିଥିବାବେଳେ ଉପସ୍ଥିତ ଦର୍ଶକଙ୍କ ସହିତ ଭାବ ଆଦାନପ୍ରଦାନ ଦ୍ୱାରା ଏହି ଅଧିବେସନକୁ ବେଶ୍ ଆକର୍ଷଣୀୟ କରି ଗଢ଼ି ତୋଳିଥିଲେ । ଏଥିରେ ସେ ଜଙ୍ଗଲ ଏବଂ ପଶୁପକ୍ଷୀଙ୍କୁ ସ୍ଥାନୀତ କରି ଜୀବନର ପ୍ରତିଟି ପ୍ରର୍ଯ୍ୟାୟରେ କିଭଳି ଜୀବନଶୈଳୀକୁ ଗ୍ରହଣ କରିବା ଆବଶ୍ୟକ ତାହା ପ୍ରଦର୍ଶନ କରିଥିଲେ କାର୍ଯ୍ୟକ୍ରମ ଶେଷରେ ସେ ସ୍ୱାହିଲି ଭାଷାରେ ଗୀତ ଗାନ କରିଥିଲେ ଉପସ୍ଥିତ ଛୋଟପିଲା ସମତାଳରେ ତାଙ୍କ ସହିତ ମଧ୍ୟ ଏହା ଗାନ କରି ପରିବେଶକୁ ଆନନ୍ଦମୟ କରିଥô୍ଲେ ।
ଆର୍ଜେଟିଂନାର ଷ୍ଟୋରୀ ଟେଲର ପାଉଲ୍ ମାର୍ଟିନ୍ ୱିଚେସ୍ ରିୟୁନିଅନ୍ ଏବଂ ଉଡ୍କଟର କହାଣୀକୁ ଏକ ମାଧୁର୍ଯ୍ୟମୟ ସଙ୍ଗୀତ ଶୈଳୀରେ ପରିବେଷଣ କରିଥିଲେ । ଏଥିରେ ସେ ୟୁକେଲେ, ୱିଣ୍ଡ୍ ହର୍ଣ୍ଣ ଏବଂ ଉଚ୍ଚସ୍ୱରରେ ବାଜୁଥିବା ୱିଚ୍ କ୍ରାଏ ଆଦି ବିଭିନ୍ନ ଲାଟିନ୍-ଆମେରିକା ବାଦ୍ୟଯନ୍ତ୍ରର ଉପଯୋଗକରି କାର୍ଯ୍ୟକ୍ରମକୁ ମନୋରମ କରି ଗଢି଼ତୋଳିଥିଲେ । କାର୍ଯ୍ୟକ୍ରମରେ ଦର୍ଶକ ଆନନ୍ଦରେ ନାଚିଉଠିଥିଲେ ।
ଭାରତରେ ବାସ କରୁଥିବା ଫ୍ରାନ୍ସର ପେଶାଦାର କଣ୍ଡେଇନାଚ କଳାକାର ସାବ୍ରିନା ଅରୁସାମ୍ ଭାରତ ଏବଂ ଫ୍ରାନ୍ସର ସଂସ୍କୃତି ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଷ୍ଟୋରୀ ଅତି ଆକର୍ଷଣୀୟ ଢ଼ଙ୍ଗରେ ଭୁବନେଶ୍ୱର ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିଥିଲେ । ଉପସ୍ଥିତ ଭାରତୀୟ ଦର୍ଶକ କଣ୍ଢେଇନାଚ ତଥା ହିନ୍ଦୁସ୍ଥାନୀ ସଙ୍ଗୀତର ମିଶ୍ରଣରେ ସାବ୍ରିନାଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।
ଥାଇଳାଣ୍ଡର ୱାଜୁପ୍ପା ତୋସା ଥାଇ/ଲାଓ ଲୋକକଥା ମାଧ୍ୟମରେ ଏହି ଷ୍ଟୋରୀ ଟେଲିଂ ଅଧିବେସନକୁ ଅତି ପାରମ୍ପାରିକ ଢ଼ଙ୍ଗରେ ଦର୍ଶକଙ୍କୁ ଆମୋଦିତ କରିଥିଲେ । ସେ ବିଶ୍ୱର ସମସ୍ତ ଅଂଚଳରେ ଥାଏ/ଲାଓ ଲୋକକଥାକୁ ସମ୍ପ୍ରସାରିତ କରିଛନ୍ତି । ସେ ଥାଏ/ଲାଓ ଲୋକକତା ସହିତ ଦକ୍ଷିଣପୂର୍ବ ଏସିଆ ଏବଂ ଅନେକ ଅନ୍ତର୍ଜାତୀୟ ଲୋକଥାକୁ ଡିସେମ୍ବର ୮ ତାରିଖଠାରୁ ଭୁଫେଷ୍ଟୋରେ ସ୍ଥାନୀତ କରିବେ ।
ଭୁଫେଷ୍ଟୋ ଭୁବନେଶ୍ୱରର ଇନ୍ଦିରା ପାର୍କ, ଖାରବେଳ ପାର୍କ ଏବଂ ବୁଦ୍ଧଜୟନ୍ତୀ ପାର୍କରେ ୧୦ ଡିସେମ୍ବର ପର୍ଯ୍ୟଡ଼୍ତ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଷ୍ଟୋରୀ ଟେଲିଂ କଳାକାରଙ୍କ ଦ୍ୱାରା ସମ୍ପନ୍ନ ହେବ । ଦର୍ଶକ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେଉଥିବାବେଳେ ଆୟୋଜିତ ଅନ୍ତର୍ଜାତୀୟ ଷ୍ଟିଟ୍ ଫୁଡ୍ ଫେଷ୍ଟିଭାଲର ଆନନ୍ଦରେ ମସଗୁଲ୍ ରହିଛନ୍ତି ।
୨୦୧୮ ଡିସେମ୍ବର ୮ ତାରିଖ ଶନିବାରରେ ଡଟ୍ ଫେଷ୍ଟର ଅଷ୍ଟମ ସଂନ୍ଧ୍ୟାରେ ଦର୍ଶକ ଭାରତର ଜଣେ ଉଦୀୟମାନ ଖ୍ୟାତି ସମ୍ପନ୍ନ ପ୍ରତିଭା ଶ୍ରୀୟା ଘୋଷାଲଙ୍କ ମନୋରମ କାର୍ଯ୍ୟକ୍ରମର ପାଲଟିବେ ଜୀବନ୍ତ ସାକ୍ଷୀ । ଆସନ୍ତାକାଲିର ସନ୍ଧ୍ୟା ଏହି ସୁନାମଧନ୍ୟା ଗାୟିକାଙ୍କ ଜାଦୁକରୀ ସୁଲଳିତ କଣ୍ଠସ୍ୱରରେ ଝଙ୍କୃତ ହେବ ।