Odia News Portal

କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା

ପାରାଦ୍ୱୀପ: ଭାରତ ସରକାରଙ୍କ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସ୍ଥାନୀୟ ଏମ୍ପାୟାର୍ସ ହୋଟେଲ ସମ୍ମିଳନୀ କକ୍ଷରେ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ଏକ ତାଲିମ ଓ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଇକୋ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଶ୍ରୀ ଅନିଲ କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବିଭାଗୀୟ ପ୍ରଭାରୀ ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରରାୟ ଯୋଗ ଦେଇ କହିଲେ ଯେ ଶିଳ୍ପ ପ୍ରବଣ ଜଗତସିଂହପୁର ଜିଲ୍ଲାରେ କ୍ଷୁଦ୍ର ମଧ୍ୟମ ଓ ଅଣୁ ଶିଳ୍ପ ର ପ୍ରଚୁର ସମ୍ଭାବନା ରହିଛି । ମୁଖ୍ୟତଃ କୃଷି ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରି ଆର୍ଥିକ ବିକାଶ କରିବାକୁ ଉପସ୍ଥିତ ଯୁବ ଉଦ୍ୟଗପତି ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଇକୋ ବ୍ୟାଙ୍କ ର ଡି. ଜି.ଏମ. ଶ୍ରୀ ଏଚ. କେ. ଆରୋରା, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାହ୍ନୁ ଚରଣ ଧିର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶ୍ରୀ ପି. କେ. ରାଉଳଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।