ସୋର: ସିରିଜ୍ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ୩ଟି ଦୁର୍ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଘଟିଛି।
ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ଗାଡ଼ି ପହଞ୍ଚିଥିଲା।
ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଛିଡ଼ା ହୋଇଥିବା ପୁଲିସ୍ ଗାଡିକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଟ୍ରକ୍ ଧକ୍କାରେ ପୁଲିସ୍ ଗାଡ଼ି ଭାଙ୍ଗି ଯାଇଛି। କାର୍ଟି ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଜଣାପଡ଼ିଛି।
ଅନ୍ୟପଟେ ସୋର ଥାନା ସମ୍ମୁଖରେ ଗତକାଲି ରାତିରେ ଆଉ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ତେବେ ଛିଡ଼ା ହୋଇଥିବା ଟ୍ରକ୍ର ସମ୍ମୁଖ ଭାଗ ଚୂନା ହୋଇଯାଇଛି।