Odia News Portal

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ 

ଅଯୋଧ୍ୟା ଶ୍ରୀରାମ ଜନ୍ମ ଭୂମି ଠାରେ ଭବ୍ୟ  ମନ୍ଦିର ନିର୍ମାଣ ପାଇଁ ବ୍ରହ୍ମପୁର ଉପକଣ୍ଠ ଖଜୁରୀଆ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ହିନ୍ଦୁ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ମିଳନୀରେ ତିନୋଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ ଓ ଗଜପତିରୁ ପ୍ରାୟ   ୨୦ ହଜାରରୁ ଉର୍ଦ୍ଦ୍ୱ ରାମ ଭକ୍ତମାନେ ଯୋଗ ଦେଇଛନ୍ତି  । ଏହା ସହ ବିଭିନ୍ନ ସ୍ଥାନରୁ ଏକ ଶହରୁ ଅଧିକା ସାଧୁ ସନ୍ଥ ଓ ଜାତି ମୁଖିଆ ମାନେ ଉପସ୍ଥିତ ଥିଲେ  ।

ଏହି ବିଶାଳ ହିନ୍ଦୁ ସମ୍ମିଳନୀ ପାଇଁ ପ୍ରଥମେ ବ୍ରହ୍ମପୁର ସହରର ଫାଷ୍ଟ୍ ଗେଟ୍ ନିକଟରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସଭାସ୍ଥାନରେ ପହଞ୍ଚିଥିଲା  । ବିଶାଳ ହିନ୍ଦୁ ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ମତ ଦେଇ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରିୟ ସଂପାଦକ ଧର୍ମ ନାରାୟଣ ଶର୍ମା ଯଥା ଶୀଘ୍ର ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାତା ପାଇଁ ଆହ୍ୱାନ କରିବା ସହ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ପଦକ୍ଷେପ ନେବା ଆବଶ୍ୟକ ନଚେତ୍ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ  । ବିଶ୍ୱ ହିନ୍ଦୁ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଥିଲା  ।