Odia News Portal

ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌ । ଦୁର୍ଘଟଣା ଯୋଗୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ବାଲେଶ୍ୱରରୁ ଅନୁଗୁଳ ଆସୁଥିବା ବେଳେ ପରଜଙ୍ଗ ଥାନା ଖଇରାମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ଅନୁଗୁଳ ରାଣୀଗୁଡ଼ା ଗାଁର କିଛି ଲୋକ ତୀର୍ଥ କରିବାକୁ ଯାଜପୁର ଓ ବାଲେଶ୍ୱର ଯାଇଥିଲେ । ଫେରିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।