Odia News Portal

ସିଟି ଫେଷ୍ଟିଭାଲର ମଜା ନେଲେ ବୟୋଜ୍ୟେଷ୍ଠ

ଭୁବନେଶ୍ୱର ()  ରଜଧାନୀର ସବୁ ଶ୍ରେଣୀର ବାସିନ୍ଦା ଭୁବନେଶ୍ୱର ସିଟି ଫେଷ୍ଟିଭାଲର ମଜା ନେଇଛନ୍ତି । ଏପରିକି ବରିଷ୍ଠ ନାଗରିକମାନେ ମଧ୍ୟ ସିଟି ଫେଷ୍ଟିଭାଲକୁ ମନଭରି ଉପଭୋଗ କରିଛନ୍ତି । ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବାକୁ ବିଡିଏ ଆଜି କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛି । ବରିଷ୍ଠ ନାଗରିକଙ୍କ ପାଇଁ କାର୍ଯ୍ୟ କରୁଥିବା ସିଲଭର ଏଜ ଫାଉଣ୍ଡେସନର 20ରୁ ଅଧିକ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ବରିଷ୍ଠ ନାଗରିକମାନେ ଋତୁରାଜ ଓ ନୁରାନ ସିଷ୍ଟରଙ୍କ ସଂଗୀତର ମଜା ନେଇଥିଲେ । ଏଭଳି ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସହଜ ପ୍ରବେଶ ଓ ବସିବା ସୁନିଶ୍ଚିତ କରିବାକୁ ସିଲଭର ଏଜ ଫାଉଣ୍ଡେସନ ବିଡିଏକୁ ଅନୁୁୁରୋଧ କରିଥିଲା । ଏଭଳି ଆୟୋଜନ ଦ୍ୱାରା ବାରିଷ୍ଠ ପ୍ରଶ୍ନ ନାଗରିକମାନେ ଋତୁରାଜଙ୍କ ସୋ ଦେଖିବାର ସୁୁୁଯୋଗ ପାଇବେ।