କଙ୍ଗନା ଏପର୍ଯ୍ୟନ୍ତ ତିନି ଖାନ୍ଙ୍କ ସହ ଅଭିନୟ କରିନାହାନ୍ତି । ସେ ନିଜ ପରିଶ୍ରମ ବଳରେ ବଲିଉଡ୍ରେ ନିଜର ସ୍ଥାନ ହାସଲ କରିଛନ୍ତି । କଙ୍ଗନାଙ୍କୁ ଲୋକମାନେ ବଲିଉଡ୍ର ରାଣୀ ବୋଲି କହିଥାନ୍ତି । କାରଣ ସେ ବହୁତ ଧର୍ଯ୍ୟଶୀଳ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ହେଉଥିବା ଖରାପ କାମକୁ ନେଇ ସେ କେତେଥର ନିଜ ସ୍ବର ଉଠାଇସାରିଲେଣି । ସେ ବଡ ବଡ ଅଭିନେତ୍ରୀମାନଙ୍କ ସହ ମଧ୍ୟ ଲଢେଇ କରିଦିଅନ୍ତି ।
କଙ୍ଗନା ନିଜର ଫିଲ୍ମ ‘ମଣିକର୍ଣ୍ଣିକା’ ପାଇଁ ପ୍ରାୟ ୧୫କୋଟି ଟଙ୍କା ଫିସ୍ ନେଇଛନ୍ତି । ଫିଲ୍ମ ‘ମଣିକର୍ଣ୍ଣିକା’ ୨୫ଜାନୁଆରୀ ୨୦୧୯ରେ ରିଲିଜ୍ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ କଙ୍ଗନା ରଣାଓ୍ବତଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସେହି ସମୟରେ ତାଙ୍କୁ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏମିତି ମଧ୍ୟ ଆଗରୁ କଙ୍ଗନା କେତେଥର ନିଜର ଶାଢୀ ଲୁକ୍ ଏବଂ ଡ୍ରେସିଂ ସେନ୍ସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।