ଅନୁଗୋଳ: ଓୟୁଜେ ଅନୁଗୋଳ ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଗୋଳ ଜିଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବୁଧବାର ଓୟୁଜେ ଅନୁଗୋଳ ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଏଡିୟୁଜେ ସଭାପତି ସୁବାଷ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ସଂଘର ୨୦୧୬-୧୭,୨୦୧୭-୧୮ ବର୍ଷର ଆୟ ବ୍ଯୟର ହିସାବ ,ଜିଲ୍ଲାରେ କାର୍ଯ୍ଯରତ ସାମ୍ବାଦିକ ମାନେ କାର୍ଯ୍ଯକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ଯା , ସାମ୍ବାଦିକ ମାନଙ୍କ ମଧ୍ଯରେ ଉତ୍ତମ ବୁଝାମଣା ଆଦି ସମସ୍ଯା ଉପରେ ଆଲୋକ ପାତ କରାଯାଇଥିଲା । ସାମ୍ବାଦିକ ଦିନେଶ ଦେହୁରୀଙ୍କ ପରିଚାଳନାରେ ଅନୁଗୋଳ ଏଡିୟୁଜେ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।
ଏ ଡିୟୁଜେ ସଂଘର ନୂତନ ସଭାପତି ପର୍ଶୁରାମ ଦାସ ,କାର୍ଯ୍ଯକାରୀ ସଭାପତି ଦିଲ୍ଲିପ ସାହୁ ,ଉପ ସଭାପତି ଦୀନେଶ ଦେହୁରୀ , ନିରଞ୍ଜନ ନାୟକ, ସାଧାରଣ ସଂପାଦକ ସଂଞ୍ଜିବ କୁମାର ମାଣ୍ଡୋଠିଆ , ସହ ସଂମ୍ପାଦକ ଅଜିତ ଧର ,କୋଷାଧକ୍ଷ ସୁସାନ୍ତ କୁମାର ସାହୁ ,କାର୍ଯ୍ଯାଳୟ ସଂମ୍ପାଦକ ଜୟନ୍ତ କର ଏବଂ ମୁଖ୍ଯ ଉପଦେଷ୍ଟା ଭାବେ ସୁବାଷ ଚନ୍ଦ୍ର ସାହୁ ,ବିରେନ୍ଦ୍ର ପ୍ରଧାନ ,ଓ ଉପଦେଷ୍ଟା ଭାବେ ସନ୍ତୋଷ ମିଶ୍ର ,ଅଜିତ କୁମାର ଧଳ ,ରଘୁ ନାଥ ସାହୁ ,ଉଦ୍ଦୀପ୍ତ ପୁରୋହିତ ପ୍ରମୁଖଙ୍କୁ ମନୋନିତ କରାଯାଇଥିଲା । ନୂତନ ସଭାପତି ପର୍ଶୁରାମ ଦାଶ ଆଗାମି ଦିନରେ ସଂଘକୁ ସୁଦୃଢ କରିବା ପାଇଁ ସମସ୍ତ କର୍ମକର୍ତ୍ତା ଓ ସଭ୍ଯମାନଙ୍କ ସହଯୋଗ କାମନା କରିଥିଲେ ।ଏହି ବୈଠକରେ ସୈାର ଚନ୍ଦ୍ର ସାହୁ ,ଗୋବିନ୍ଦ ଚନ୍ଦ୍ର ଟୁଡୁ , ବିଦ୍ଧଦେବ ବହେରା ,ନିପୁ ଭୁତିଅା , ଶୈଳେନ୍ଦ୍ର ଦିବେଦୀ ,ଭକ୍ତି ପ୍ରସାଦ ଏଡିୟୁଜେର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ପରିଶେଷରେ ରଘୁନାଥ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।