Odia News Portal

ESI ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ସୂଚନା ଅନୁସାରେ, ଶ୍ୱାସ ରୋଗର ଚିକିତ୍ସା ପାଇଁ ସାଲିଆ ସାହିର ଅହଲ୍ୟା ଭଞ୍ଜଙ୍କୁ ଗତକାଲି ସକାଳ ୮ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିନଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ହସ୍ପିଟାଲର କର୍ମଚାରୀଙ୍କୁ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ତେବେ ଏହି ଘଟଣାକୁ ନେଇ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକିୟା ମିଳିପାରିନାହିଁ।