ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ବ୍ରହ୍ମପୁରସ୍ଥିତ ଡାଏମଣ୍ଡ ଜୁବ୍ଲି ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ କଲେଜ୍ରୁ ହଜାରରୁ ଊର୍ଦ୍ଧ୍ବ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ସରକାରୀ କର୍ମଚାରୀ ପାଉଥିବା ୧୬.୫ ମାସର ଗ୍ରାଚ୍ୟୁଇଟି, ଛୁଟି ବିକ୍ରୟ, କମ୍ପ୍ୟୁଟେଡ୍ ପେନ୍ସନ୍ ଇତ୍ୟାଦି ବେସରକାରୀ କଲେଜ କ୍ଷେତ୍ରରେ ଲାଗୁ କରିବା, ସପ୍ତମ ବେତନ କମିସନରେ ଥିବା ଅସଙ୍ଗତି ଦୂର, ଗ୍ରାଚ୍ୟୁଇଟି ସୀମା ୧୫ ଲକ୍ଷକୁ ବୃଦ୍ଧି, ୧୯୮୯ ଏପ୍ରିଲଠାରୁ ୟୁଜିସି ଦରମା ସମ୍ପ୍ରସାରଣ, ୧୮ ବର୍ଷରେ ରିଡର୍କୁ ପଦୋନ୍ନତି, ପରିଚାଳନା ସମିତି ୨୦୧୪ ପରଠାରୁ ନିଯୁକ୍ତ କରିଥିବା କର୍ମଚାରୀ ଓ ଅଧ୍ୟାପକଙ୍କୁ ଅନୁଦାନ ପରିସରଭୁକ୍ତ କରିବା, ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ପୂର୍ଣ୍ଣ ଅନୁଦାନ, ୨୦୧୮ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ଓ ଏସିପି ପ୍ରଦାନ ପ୍ରଭୃତି ଦାବି ନେଇ ଆଲୋଚନା ହେବ। ଏଥିରେ ବହୁ ସଂଖ୍ୟାରେ ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେବାପାଇଁ ସଂଘ ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଆହ୍ବାନ ଦେଇଛନ୍ତି।