Odia News Portal

ଚିକିତ୍ସା ସମ୍ପର୍କରେ ଗଣ ସଚେତନତା ଶିବିର

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଧନୁହର ବେଲାରି ଓ ମରିଚିପୁର ଗ୍ରାମରେ ଓଡ଼ିଶା ରେଡ଼କ୍ରସ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ଆୟୋଜିତ କରାଯାଇଥିଲା । ରେଡ଼କ୍ରସ ବିଭାଗର କାର୍ଯ୍ୟକ୍ରମ ସଂଯୋଜକ ଗୁଲସନ ଦାସ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଏହାର ଉପଯୋଗ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ରମେଶ ଚନ୍ଦ୍ର ବହିରା, ଦୀପକ ଜେନା, ତାପସ ସ୍ବାଇଁ କୁନି ସାମଲ, ମନୋରଞ୍ଜନ ଦାସ, ସବିର ନାୟକ, ବିକୁ ସ୍ବାଇଁ, ସଂଯୁକ୍ତା ପରିଡା, ଲକି ଜେନା ଓ ମିତା ସ୍ବାଇଁ ପ୍ରମୁଖ ତାଲିମ ଓ ପ୍ରାଥମିକ ଚିକିତ୍ସା ଓ ପରିଚ୍ଛନ୍ନତା ସମ୍ପର୍କରେ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଚେତନ କରିଥିଲେ। ମହାମହିମା ଉଚ୍ଚ ବିଦ୍ୟାଳୟ, ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ମରିଚିପୁର ମହିଳା ମହାସଂଘ ପକ୍ଷରୁ ଶିବିର ପରିଚାଳନା ଓ ସଚେତନ କରିବାରେ ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ।