ପାରାଦ୍ବୀପ: ଟର୍ମିନାଲ ରୋଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦଶରଥ ସିଂ ଓ ସୋନୁ ଯାଦବ । ଉଭୟଙ୍କ ଘର ବିହାରର ପାଟନା ବୋଲି ଜଣାପଡିଛି। ଉଭୟ ଇଫକୋ ସାରକାରଖାନାରେ ନିୟମିତ କର୍ମଚାରୀ । କୌଣସି କାର୍ଯ୍ୟରେ ସେମାନେ ଏକ ମୋଟର ସାଇକେଲରେ ଇଫକୋ ଛକରୁ ପାରାଦ୍ବୀପ ଯାଉଥିବା ସମୟରେ ପଛପଟୁ ଏକ ଟ୍ୟାଙ୍କର ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦଶରଥ ସିଂଙ୍କର ମୃତ୍ୟୁ ଘଟିଥିବା ବେଳେ ସୋନୁ ଯାଦବଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲକୁ ନିଆଯାଉଥିବା ବେଳେ ଅରବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଟ୍ୟାଙ୍କଟି ଦଶରଥଙ୍କ ମୁଣ୍ଡ ଉପରେ ଚଢିଥିବା ବେଳେ ସୋନୁଙ୍କ ଗୋଟିଏ ପଟ ହାତ ଉପରେ ଚଢିଯାଇଛି। ଘଟଣାସ୍ଥଳରେ ପାରାଦ୍ବୀପ ପୋଲିସ ପହଞ୍ଚି ଟ୍ୟାଙ୍କରକୁ ଜବତ କରିବା ସହିତ ମୃତ ଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି