Odia News Portal

ରାସ୍ତା କଡ଼କୁ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ଉଦଳା: ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ।ଆମ୍ୱୁଲାନ୍ସଟି ଖୁଣ୍ଟାରୁ ଉଦଳାକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ପଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।