ତାଳଚେର : ସ୍କୁଲରୁ ଫେରିବା ବେଳେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ। ହେଲେ ହଠାତ୍ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଜଣେ ସାଙ୍ଗ ଟ୍ରେନ୍ ଚକ ତଳେ ଧକ୍କା ଖାଇ ଖସି ପଡ଼ିଥିଲେ। ଅନ୍ୟଜଣକ ତୁରନ୍ତ ତାଙ୍କ ହାତ ଧରି ଟାଣି ଆଣିଥିଲେ। ଡାହାଣ ପାଦଟି କିନ୍ତୁ ଟ୍ରେନ୍ ଚକ ତଳେ କଟି ଯାଇଥିଲା। ତେବେ ବଞ୍ଚିଯାଇଥିଲା ଜୀବନ । ଏବେ ଏହି ଘଟଣା ସାରା ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସାହସ ଓ ଉପସ୍ଥିତ ବୁଦ୍ଧି ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ୯ ବର୍ଷର ବାଳିକା ଶ୍ରୀମତୀ ବଦ୍ରା।