Odia News Portal

ସଡ଼କ ଦୁର୍ଘଟଣାରେ ୪ ଆହତ

ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସରଗାଁ ଠାରେ ବର୍ତମାନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣ ଆହତ ହେବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହାତମାନେ ହେଲେ ଅଜୁ ସିଂହ (୨୦), ଶିବୁ ଦାସ (୨୧), ଟିପୁ ସିଂହ (୬୦) ଓ ବୁଲେଟ ସିଂହ (୨୨)। ଚାରିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇପାରେ।