ଉପଜିଲାପାଳ ଦେବବ୍ରତ ସାହୁଙ୍କ ନିର୍ଦ୍ଦେଶରେ ମାପ ଓ ଓଜନ ବିଭାଗ ପକ୍ଷରୁ ଶନିବାର ଗଞ୍ଜାମ ଅଞ୍ଚଳର ବିଭିନ୍ନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ କରାଯାଇଛି। ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଓଜନ, ମାନ ଓ ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ଏଥିରେ ଅନିୟମିତତା କରିଥିବା ୬ ଜଣଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ସେମାନଙ୍କ ଠାରୁ ୨୩ ହଜାରଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ଅବନି କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ କେତେକ ଦୋକାନରେ ଲାଇସେନ୍ସ ନବୀକରଣ ଏବଂ ଜିଏସ୍ଟି ମିଶିବାପରେ ପ୍ୟାକେଟ୍ରେ ନୂତନ ଏମ୍ଆର୍ପି ଲେଖାଯାଇ ନ ଥିବା ଜଣାପଡିଥିଲା। ଚଢ଼ାଇ ଆଗକୁ ଜାରି ରହିବ ବୋଲି ସାହୁ କହିଛନ୍ତି। ଏଥିରେ ଅତିରିକ୍ତ ତହସିଲଦାର ସନାତନ ମାହାଳିକ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ , ବରିଷ୍ଠ ନିରୀକ୍ଷିକା ସବିତା ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।