Odia News Portal

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ପୁରୀ: ପିପିଲି ବ୍ଲକରେ ଜିଲ୍ଲାପାଳ ପୁରୀ ଜ୍ଯୋତି ପ୍ରକାଶ ଦାସଙ୍କ ଅଧ୍ଯକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୩୬ଟି ଅଭିଯୋଗ ଆସିଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପୁରୀ ଏସପି ସାର୍ଥକ ଷଡଙ୍ଗୀ, ଉପ ଜିଲ୍ଲାପାଳ ଭବ ତରଣ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଉଦ୍ଧବ ଚରଣ ମାଝୀ, ଜିଲ୍ଲା ପଞ୍ଚାୟତ ଅଫିସର ବାଉରି ବନ୍ଧୁ ସାହୁ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ତୁଷାର କାନ୍ତ ଦେଓ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ଯାମ ସୁନ୍ଦର ଟୁଡୁ, ବ୍ଲକ ଅଧ୍ଯକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମା ଅଧ୍ଯକ୍ଷ ପିପିଲି ଧରଣୀଧର ସାହୁ, ସାସଂଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ବାଇଁ ପ୍ରମୁଖ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ଭତ୍ତା ଆଦି ଠିକ୍ ସମୟରେ ନପାଇବା ଅଭିଯୋଗ ଆଣିଛନ୍ତି । ପିପିଲି ତହସିଲଦାର ନଥିବା ହେତୁ ତହସିଲ କାର୍ଯ୍ଯରେ ବାଧା ଉପୁଯୁଛି ଏହାର ସମାଧାନ କରି ଜନସାଧାରଣଙ୍କୁ ସହଯୋଗ କରିବା ଓ ତହସିଲ ଅଫିସ ଠାରୁ ପିପିଲି କୋର୍ଟକୁ ସ୍ଥାୟୀ ରାସ୍ତା ଯୋଗାଇ ଦେବାକୁ ଅଭିଯୋଗ ଆଣିଛନ୍ତି ପିପିଲି ଓକିଲ ସଂଘ ।