Odia News Portal

ଅର୍ଜୁନଙ୍କ ସହ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଡିସେମ୍ବର ୧୮ରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍‌ ମେଁ ନିକଲା ହୋଗା ଚାନ୍ଦ୍‌ ଆଦି ସିରିଏଲ୍‌ରେ ଭଲ ଅଭିନୟ କରିଥିଲେ। ହିନ୍ଦୀ ଫିଲ୍ମ ରାଜନୀତିରେ ସେ ଅର୍ଜୁନ ରାମପାଳଙ୍କ ସହିତ ଅଭିନୟ କରିଥିଲେ। ଅର୍ଜୁନଙ୍କ ସହିତ ଏକ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି ହୋଇଉଠିଥିଲେ ଉତ୍ତେଜିତ। ନିଜ ଉପରୁ ସେ ହରାଇ ବସିଥିଲେ ନିୟନ୍ତ୍ରଣ। ଶଟ୍‌ ଶେଷ ପରେ ଶୁଟିଂ ସେଟ୍‌ର ଅନ୍ୟ ସଦସ୍ୟଙ୍କ ସହାୟତାରେ ତାଙ୍କୁ ଅର୍ଜୁନଙ୍କଠାରୁ ଅଲଗା କରାଯାଇଥିଲା। ଏହି ବିଷୟ ବେଶ୍‌ ଚର୍ଚ୍ଚାରେ ଥିଲା। ଶ୍ରୁତି ନିର୍ଦ୍ଦେଶକ ଦାନିଶ୍‌ ଅସଲମ୍‌ଙ୍କୁ ବିବାହ କରିଛନ୍ତି। ଆଲିନା ନାମକ ଏକ କନ୍ୟା ସନ୍ତାନକୁ ସେ ଜନ୍ମ ଦେଇଛନ୍ତି।