ପାରାଦ୍ୱୀପ: ଆସନ୍ତା ଡିସେମ୍ବର ୨୩ ତାରିଖରେ ତୈଳ ବିଶୋଧନାଗାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା ବିଜୁ ଶ୍ରମିକ ମହାସମାବେଶରେ ଯୋଗ ଦେବାକୁ ପାରାଦ୍ୱୀପର ବିଶିଷ୍ଟ ଶ୍ରମିକ ନେତା ତଥା ପାରାଦୀପର ୯ ଟି ବୃହତ ସଂଗଠନର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଜ଼ୀରୋ ପଏଣ୍ଟ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ବିଜୁ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ଓ ବିଜୁ ଶ୍ରମିକ ସାମୁଖ୍ୟର ଉପ ସଭାପତି ଶ୍ରୀ ଯୁଗଳ କିଶୋର ନାୟକ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆସନ୍ତା ୨୩ ତାରିଖରେ ଆୟୋଜିତ ବିଜୁ ଶ୍ରମିକ ସମାବେଶରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ଉଭୟ ନେତାଙ୍କୁ ସାଦର ସ୍ୱାଗତ କରିବା ସହିତ ବିଜୁ ଶ୍ରମିକ ସମାବେଶକୁ ସଫଳ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ସମେତ ସମସ୍ତ ସଂଗଠନର ସଭ୍ୟ ସଭ୍ୟା ସମାବେଶରେ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିବାରେ ସମସ୍ତ ସହଯୋଗ କରିବାକୁ କହିଥିଲେ