ଗାୟକ ସୋନୁ ନିଗମ କହିଛନ୍ତି ଯେ ତାଙ୍କର ଜନ୍ମ ଭାରତରେ ନହୋଇ ପାକିସ୍ଥାନରେ ହୋଇଥିଲେ ଭଲ ହୋଇଥାନ୍ତା। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲୁଛି।
ନିକଟରେ ସୋନୁ ନିଗମ ଏକ ମିଡିଆ କାର୍ୟ୍ୟକ୍ରମରେ ପହଁଚିଥିଲେ। ସେଠାରେ ସେ ଗୀତକୁ ନେଇ ନିଜର କଷ୍ଟ ପ୍ରକାଶ କରିଛନ୍ତି। ସେ କହିଲେ ଯେ ଭାରତରେ ଗାୟକଙ୍କ ସହିତ ବହୁତ ଖରାପ ହେଉଛି। ଏଠାରେ ମ୍ୟୁଜିକ କମ୍ପାନୀ ମାନେ ଭାରତୀୟ ଗାୟକଙ୍କ ଠାରୁ ଟଙ୍କା ନିଅନ୍ତି, କିନ୍ତୁ ପାକିସ୍ଥାନ ଗାୟକଙ୍କ ସହିତ ଏମିତି ହୋଇନଥାଏ। ସେଠାକାର ଗାୟକଙ୍କ ପାଖରୁ ଗୋଟିଏ ମଧ୍ୟ ଅତିରିକ୍ତ ଫିସ ନିଆଯାଏ ନାହିଁ। ସୋନୁ ନିଗମ କହିଲେ ଯେ ଭାରତୀୟ ଗାୟକଙ୍କୁ ଗୀତ ଗାଇବା ପାଇଁ ମ୍ୟୁଜିକ କମ୍ପାନୀକୁ ଟଙ୍କା ଦେବାକୁ ପଡିଥାଏ, ଏହା ପରେ ଯାଇ ସେମାନଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିଥାଏ।
ନିଜ କଥା କହିବାକୁ ଯାଇ ସୋନୁ ନିଗମ କହିଲେ ଯେ ‘କେବେ କେବେ ଲାଗିଥାଏ ଯେ ଯଦି ଆମେ ପାକିସ୍ଥାନ ହୋଇଥାନ୍ତୁ କି, କାରଣ ଭାରତୀୟ ମ୍ୟୁଜିକ କମ୍ପାନୀ ଗୁଡିକ ପାକିସ୍ଥାନୀ ଗାୟକଙ୍କ ସହିତ ଏମିତି କରିନଥାନ୍ତି।’ ସେ କହିଲେ ଆତିକ ଅସଲମ ମୋର ଜଣେ ଭଲ ବନ୍ଧୁ ଅଟନ୍ତି। ଏଠାରେ ତାଙ୍କୁ କୁହାଯାଉନାହିଁ ଯେ ଶୋ’ ପାଇଁ ଆମକୁ ଟଙ୍କା ଦିଅ। ରାହତଙ୍କୁ କୁହାଯାଉନାହିଁ ଯେ ଆସ ଆମ ଦେଶରେ ଗୀତ ଗାଇ ଟଙ୍କା ଦିଅ। କିନ୍ତୁ ଭାରତରେ ଏହିଭଳି ଗାୟକ ମାନଙ୍କ ସହିତ ଖରାପ ହେଉଛି।
ଏହି କଥା କହି ସୋନୁ ନିଗମ କହିଲେ ଯେ ଏହି କାରଣରୁ ବର୍ତ୍ତମାନର ଫିଲ୍ମ ଗୁଡିକରେ ଭଲ ଗୀତ ତିଆରି ହୋଇପାରୁନାହିଁ। ନୂଆ ଗୀତ ନାମରେ ରିମିକ୍ସ ପରେ ରିମିକ୍ସ ଆସୁଛି। କାରଣ ପ୍ରଥମ ନିର୍ଦ୍ଦେଶକ, ନିର୍ମାତା ଏବଂ ଗାୟକ ସଂଗୀତ ତିଆରି କରୁଥିଲେ। କିନ୍ତୁ ଏବେ ମ୍ୟୁଜିକ କମ୍ପାନୀ ସଂଗୀତ ତିଆରି କରୁଛନ୍ତି। ଏମିତିରେ ଭଲ ଗୀତର ଆଶା କରିବା ବହୁତ ମୁସ୍କିଲ ଅଟେ।
Sign in
Sign in
Recover your password.
A password will be e-mailed to you.