ସିଙ୍ଗର ୟୋ ୟୋ ହନି ସିଂ ଲମ୍ବା ସମୟର ବ୍ୟବଧାନ ପରେ ନିଜର ଗୀତ “ମଖନା” ସହ ମ୍ୟୁଜିକ ଦୁନିଆକୁ ପୁଣି ଫେରିଛନ୍ତି । ଗୀତଟି ରିଲିଜ ହେବାର ଚାରି ଦିନ ମଧ୍ୟରେ ୟୁଟ୍ୟୁବରେ ପ୍ରାୟ ତିନି କୋଟିରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି।
ହନି ସିଂଙ୍କର ଏହି ଗୀତକୁ ପ୍ରାୟ ୩ କୋଟି ୪୧ଲକ୍ଷ ଦର୍ଶକ ମିଳିବା ପରେ ସେ ବହୁତ ଉତ୍ସାହିତ ହୋଇ ଉଠିଛନ୍ତି। ଏହି ଗୀତଟିରେ ହନି ସିଂଙ୍କର କିଲର ଡ଼ାନ୍ସ ମଧ୍ୟ ନଜରକୁ ଆସିଛି। ହନି ସିଂ ଏହି ଗୀତଟିରେ ଗୋଟିଏ ଲାଇନ ଦେଇଛନ୍ତି “ ମେରା ବେଟା ହୋ ଗୟା ହେ ଥୋଡ଼ା ଭାରୀ” । ଏହି ଗୀତଟିରେ ହନି ସିଂ ଏକ ନୂଆ ରୂପରେ ଅଭିନୟ କରିଛନ୍ତି । ହନି ସିଂଙ୍କର ୨୦୧୪ରେ ଆସିଥିବା ପୂର୍ବ ଗୀତ “ଦେଶୀ କଲାକାର” ଯେଉଁଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଥିଲେ । ଯଦିଓ ଏହା ପରେ ସେ “ ସୋନୁ କି ଟିଟୁ କି ସ୍ୱିଟି” ରେ “ଦିଲ ଚୋରି ସାଡ୍ଡା ହୋ ଗୟା” କୁ କରିଥିଲେ କିନ୍ତୁ “ମଖନା” ସମ୍ପୂର୍ଣ୍ଣ ଭାବେ ତାଙ୍କର କମବ୍ୟାକ ଗୀତ ।
ତାଙ୍କ ଗୀତକୁ ନେଇ ଆଲୋଚନା ବେଳେ ହନି ସିଂ କହିଛନ୍ତି ଯେ “ମଖନା ଗୀତ ସମୟରେ ବହୁତ ମଜା ଆସିଛି । ଭୂଷଣ କୁମାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଏହା ଛଡ଼ା ଆଗାମୀ ବର୍ଷରେ ତାଙ୍କର ସହଯୋଗ ଆଶା କରୁଛି । ମଖନା ଏକ ପଞ୍ଜାବୀ ଶବ୍ଦ , ଯାହାର ଅର୍ଥ ପ୍ରେମୀ । ଏହି ଗୀତଟି ଏକ ଆନନ୍ଦଉତ୍ସବର ଖୁସି ଦେଉଛି ଫଳରେ ଆପଣ ଡ଼ାନ୍ସ କରିବାକୁ ଆକର୍ଷିତ ହୋଇଯିବେ । କାରଣ ଟିମ ଏହାକୁ କାର୍ନିଭାଲ ଲୁକ ଦେବାକୁ ଚାହୁଁଥିଲେ ତେଣୁ ଏହି ଗୀତଟି ପ୍ୟୁଟ୍ରୋ , ରିକୋ ,କୋଲମ୍ବିଆ ଭଳି ଦେଶରେ ସୁଟ କରାଯାଇଛି । ଟିମ କ୍ୟୁବାର ଚୟନ କରିଥିଲା କାରଣ ଏହି ଜାଗା ବିଷୟରେ ଭାରତ ଏବେ ପର୍ୟ୍ୟନ୍ତ ଅଜ୍ଞାତ ଥିଲା ।
Sign in
Sign in
Recover your password.
A password will be e-mailed to you.