Odia News Portal

କ୍ୟାଟ୍ରିନାଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ପ୍ରଭାସ ପଢନ୍ତୁ…

ବାହୁବଲୀ ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ସେ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ଫିଲ୍ମ ‘ବାହୁବଲୀ’ ରିଲିଜ୍ ହେବା ପରେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ସହ ଦୁହେଁ ବିବାହ କରନ୍ତୁ ବୋଲି ଇଚ୍ଛା ଜାହିର କରିଥିଲେ । ଏହା ସହ ଅନେକ ସମୟରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବାର ମଧ୍ୟ ଖବର ଆସୁଥିବା ବେଳେ ଏବେ ସତ ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଅଭିନେତା ପ୍ରଭାସ,ବାହୁବଲୀ ନିର୍ଦ୍ଦେଶକ ରାଜମୌଲୀ ଏବଂ ଅଭିନେତା ରାଣା ଦଗ୍ଗୁବତୀଙ୍କୁ କିଛି ଦିନ ତଳେ କଫି ଉଇଥ୍ କରଣରେ ଦେଖିବାକୁ ମିଳିଥିଲା । ୩ ଜଣ କରଣଙ୍କ ସୋ’କୁ ଆସି ଅନେକ ରାଜ୍ର ଖୁଲାସା କରିଥିଲେ । ଏହି ସମୟରେ ଅନୁଷ୍କାଙ୍କୁ ଡେଟ୍ କରୁଥିବା କଥାକୁ ନେଇ ମଧ୍ୟ ପ୍ରଭାସଙ୍କୁ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନର ଉତ୍ତରରେ ସେ ନାଁ ବୋଲି କହିଥିଲେ । ପରେ ସେ କାହାକୁ ଡେଟ୍ କରିବାକୁ ଚାହଁନ୍ତି ବୋଲି ପ୍ରଶ୍ନ କରାଯିବା ପରେ ରାଣା ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ନାଁ କହିଥିଲେ, ଯାହା ଶୁଣି ହସିବାକୁ ଲାଗିଥିଲେ ପ୍ରଭାସ । ତାଙ୍କ ହସରୁ ସେ ସତରେ କ୍ୟାଟ୍ରିନାଙ୍କୁ ଡେଟ୍ କରିବାକୁ ଚାହୁଁଥିବା ଜଣା ପଡ଼ିଥିଲା ।