କଟକ: କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ବଜାର ଠାରେ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବାଇକ୍ ସହ ଟ୍ରକ ଧକ୍କା । ଗୁରୁତର ବାଇକ୍ ଆରୋହୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲ। ବାଇକ୍ ଆରୋହୀ ଜଣକ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳର ଆଲୋକ ସାମନ୍ତରାୟ ବୋଲି ଜଣାପଡିଛି ।