Odia News Portal

ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବଢିବ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହେବ ନବକଳେବର । ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆନାକୋଣ୍ଡା ଓ ଜିରାଫ । ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଚିଫ ୱାଇଲ୍ଡ ଲାଇଫ ୱର୍ଡେନ ସନ୍ଦୀପ ତ୍ରିପାଠୀ ।

ଏହାଛଡ଼ା ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବଢିବ । ପ୍ରବେଶ, ପ୍ରସ୍ଥାନ ଗେଟ ମଧ୍ୟ ବଦଳିବ । ସେହିପରି ଏଠାକୁ ଆସୁଥିବା ଯାନବାହାନ ପାଇଁ ମଲ୍ଟି ଲେୟର ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯିବ । ନନ୍ଦନକାନନକୁ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ହେବ ।

ଅନ୍ୟପକ୍ଷରେ ଆଜି ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ର ଉଦଘାଟିତ ହୋଇଛି । ଗ୍ୱାଲିୟରରୁ ଆସିଥିବା ୧୨ଟି ଶାଗୁଣାକୁ ନେଇ ପ୍ରଜନନ କେନ୍ଦ୍ର ଆରମ୍ଭ ହେବ । ପ୍ରଜନନ ପରେ ଶାଗୁଣା ସଂଖ୍ୟା ବଢିଲେ ବାହାରକୁ ଛଡ଼ାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱର୍ଡେନ ସନ୍ଦୀପ ତ୍ରିପାଠୀ ।