Odia News Portal

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୂଡ଼ି ଭେଟି ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଦୀର୍ଘ ୧୯ବର୍ଷ ଧରି ରାଜ୍ୟରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ଅସମ୍ମାନ କରିଚାଲିଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଜି ଅସୁରକ୍ଷିତ,ନିଷ୍ପେସିତ ଓ ଅସମ୍ମାନିତ। ପିପିଲି ଗଣଦୁ୍ଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତିକୁ ପ୍ରମାଣିତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ,କ୍ରାଇମବ୍ରାଞ୍ଚର ନିଷ୍କ୍ରିୟତା, ମହିଳା ବିରୋଧୀ ବୟାନ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଓ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଥିଲା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।