Odia News Portal

ବିଦ୍ୟୁତ ଫାଶରେ ଲାଗି ଅଣ୍ଡିରା ହାତୀ ମୃତ

ସାତମାଇଲି: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ପଞ୍ଚାୟତ କଞ୍ଜାମୁଣ୍ଡିଆ ପାହାଡ଼ରୁ ବୁଧବାର ଏକ ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାହାଡ଼ ଉପରେ ଶିକାରୀ ଜଙ୍ଗଲୀ ଜନ୍ତୁ ଲାଗି ବିଛାଇଥିବା ବିଦ୍ୟୁତ ଫାଶ ସଂସ୍ପର୍ଶରେ ଆସିବା ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶୌଚ ହେବାକୁ ଯାଇଥିବା ବେଳେ ନିକଟସ୍ଥ ଗ୍ରାମବାସୀ ହାତିଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ହିନ୍ଦୋଳ ବନ ବିଭାଗକୁ ଖବର ଦିଆଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।