ଅତାବିରା: ସାଧାରନ ନିରବାଚନ୍ ଦିନ୍ ଯେତ୍କି ପାଖେଇ ଆସୁଛେ କେନ୍ଦ୍ର ଆର ରାଏଜ୍ ସରକାର ତହଁକି ତହଁକି ଗୁଟେ ପରେ ଗୁଟେ ଯୋଜ୍ନା ଘୋଷନା କରୁଛନ୍। ହେଲେ ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଆଗରୁ ଚାଲୁ ରଖିଥିବାର ଯୋଜ୍ନାର ଲାଭ୍ ହିତାଧିକାରୀମାନକର ପାସେ ପୁହୁଁଚି ନାଇଁପାରବାର। କେତେ ଜାଗାରେ ସରକାରୀ ଅଧ୍କାରୀ, ନେତାମନ୍ତ୍ରୀକଁର କଥା ବି ପାନିର ଗାର ଲେଖେଁ ହେଉଛେ। ଏନ୍ତା ଗୁଟେ ଘଟ୍ନା ଦେଖ୍ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ୍ ଦେଶଭଟିଲି ପଁଚେତ ଉଦେପୁର ଗଁାରେ। ୬ ମାସ ତଲେ ଝରି ବର୍ଷାରେ ଲୁକ୍କର ଘର ଭାଂଗି ଗଲା। ସେତେବେଲେ ନେତାମନ୍ତ୍ରୀ, ସରକାରୀ ଅଧ୍କାରୀ, ରାଜସ୍ବ ନିରୀକ୍ଷକ ଗଁାକେ ଆସିଥିଲେ। ଲୁକ୍କୁ କଥା ଦେଇଥିଲେ ଯେତେ ଜଲ୍ଦି ହେବା ଘରଭଂଗା ଟଁକା ଆର ବିଜୁ ପକ୍କାଘର କି ମୋ କୁଡ଼ିଆ ଯୋଜ୍ନାରେ ଘର ଯୁଗେଇ ଦିଆଯିବା। ଗଁାବାସୀକୁ ଖୋଦ୍ ଥାନୀୟ ବିଧାୟିକା ଆର ଏହେଦ୍କାର ରାଜ୍ୟ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କଥା ଦେଇଥିଲେ। ହେଲେ ଆଏଜ୍କେ ଇ ଘଟନାକେ ୬ ମାସ ବିତି ଯାଇଥିଲେ ବି ସରକାରୀ ସାହାଯ୍ ପାଏବାରୁ ବଁଚିତ୍ ହେଇଛନ୍। ସେତେବେଲେ ଉଦେପୁର ଗଁାର ଶାନ୍ତି ସେଟକଁର ଘର ଝରି ବର୍ଷାରେ ଭାଂଗି ଯାଇଥିଲା। ମନ୍ତ୍ରୀ ଛୁରିଆ, ରାଜସ୍ବ ଅଧ୍କାରୀ, ସରପଁଚ୍ ସମେତ ଥାନୀୟ ନେତା ଗଁା ବୁଲି ଦେଖିଥିଲେ ଆର ଲୁକ୍କୁ ଘରଭଂଗା, ମହାନଦୀରେ ଯେନ୍ମାନକର ଡଂଗା ଉହୁଲି ଯାଇଛେ ସେମାନକୁ ସାହାଯ୍ ଯୁଗେଇ ଦେବାକେ କଥା ଦେଇଥିଲେ। ହେଲେ କେହେନ୍ସି ପରକାର ସରକାରୀ ସାହାଯ୍ ନାଇଁ ମିଲ୍ଲାରୁ ଶାନ୍ତି ସେଟକଁର ୫ ଝନିଅଁା କୁଟୁମ୍ ଏହେଦେ ଭଂଗା ଘରେ ତାରପଲିନ ଟାନି ରହୁଛନ୍। ସେନ୍ତା ଝରି ବର୍ଷାରେ ଗଁାର ଅନେକ ପରିବାରର ଘର ଭାଂଗି ଗଲାରୁ କିଏ ପଡ଼ିଶା ଘରେ ତ ଆର କିଏ କ୍ଲବ୍, ସ୍କୁଲ ବାରନ୍ଡ଼ାରେ ଆଶ୍ରେ ନେଇଛନ୍। ଶାନ୍ତି ସେଟ କହିଛନ୍ ଯେ ବର୍ଷାରେ ଘର ଭାଂଗି ଗଲାରୁ ପହେଲା କମ୍ୟୁନିଟି ସେଣ୍ଟରରେ ଆଶ୍ରେ ନେଲୁଁ। ପଛେ ଘରେ ତାରପଲିନ ଢ଼ାପି ରହୁଛୁଁ। ମନ୍ତ୍ରୀ ଛୁରିଆ, ସରପଁଚ୍, ନେତାମାନେ ଗଁାକେ ଆସି ଘର ଭଂଗା ସଂଗେ ବିଜୁ ପକ୍କାଘର ମିଲବା ବଲି କଥା ଦେଇ ଯାଇଥିଲେ। ହେଲେ ଆଏଜ୍କେ ୬ ମାସ୍ ହେଲା ସରକାରୀ ସାହାଯ୍ ତ ଦୂରର କଥା ନେତାମନ୍ତ୍ରୀ, ଅଧ୍କାରୀ କାହାରି ଦେଖା ଦରଶନ ନାଇଁ ମିଲବାର। ଥିଲାବାଲା, ବିଜୁ ଜନତା ଦଲର କରମୀକୁଁ ବିଜୁ ପକ୍କାଘର ମିଲୁଛେ, ହେଲେ ଆମର ଲେଖେଁ ଦୁଖି ଗରିବ୍କୁ ନାଇଁ ମିଲବାର। ଇତାର ଜବାବ୍ ଆଏବାର ଭୋଟ ବେଲେ ଠିକ୍ରେ ଦେମୁ ବଲି ସେ କହିଥିଲେ। ଇ ବାବ୍ଦେ ଭେଡ଼େନ ତହସିଲଦାର ସବିତା ସୀମାକୁଲୁ ଆର ଦେଶଭଟିଲି ଆରଆଇ ପିଅନ ମିର୍ଦ୍ଧାକୁଁ ପଚରାଲାରୁ ଘରଭଂଗା ସାହାଯ୍ ଆସିଯାଇଛେ। ବହୁତ୍ ଜଲଦି ଲୁକ୍କୁ ବଁଟା ଯିବା ବଲି ସେମାନେ କହିଥିଲେ।