ବଲିଉଡ ସୁରଷ୍ଟାର୍ ରିତିକ୍ ରୋଶନ୍ଙ୍କ ସବୁଠାରୁ ବଡ ସୁପରହିଟ୍ ଫ୍ରାଞ୍ଚାଇନ୍ ସିନେମାର ସିକ୍ୱେଲ୍ ଅନେକ ସମୟରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ସୁଟିଂ ଏ ବର୍ଷ ଆରମ୍ଭ ହେବ ବୋଲି ଠୋସ୍ ଖବର ମିଳିଛି। ତେବେ ‘କ୍ରିଶ୍-୪’ରେ କିଏ ନାୟିକା ଭୂମିକା କରିବେ,ତାକୁ ନେଇ ବି ନାନା କଥା ଶୁଣିବାକୁ ମିଳୁଛି।
ଏବେ ସୂଚନା ମିଳୁଛି କି ‘କ୍ରିଶ୍-୪’ରେ ସୁପରଷ୍ଟାର ରିତିକ ରୋଶନଙ୍କ ବିପକ୍ଷରେ କ୍ରିତି ସାନନ୍ ନାୟିକା ଭୂମିକାରେ ନଜର ଆସିବେ। କ୍ରିତି ଏହି ଭୂମିକା ଲାଗି ଖୁବ୍ ପରିଶ୍ରମୀ କରୁଥିବା ବି କୁହାଯାଉଛି। କିନ୍ତୁ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍ ଏହାକୁ ସ୍ୱୀକାର କରିନାହାନ୍ତି। ସେ କହିଛନ୍ତି ଯେ, ସ୍କ୍ରିପ୍ଟ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ନାୟିକାଙ୍କ ନାଆଁ ଘୋଷିତ ହେବ।
ଏହି ତାଲିକାରେ କାଟ୍ରିନା କୈଫ ଓ ଦୀପିକା ପାଦୁକୋନ୍ଙ୍କ ବି ଥିଲେ। କିନ୍ତୁ ଏବେ କ୍ରିତିଙ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି। କ୍ରିତି ସାନନ୍ଙ୍କର ପ୍ରଥମ ଫିଲ୍ମ ଥିଲା ‘ହିରୋପନ୍ତୀ’,ଯେଉଁଥିରେ ଟାଇଗର ଶ୍ରଫ୍ ହିରୋ ବନିଥିଲେ। ଏହା ଛଡା କ୍ରିତିଙ୍କୁ ‘ଦିଲଓ୍ଵାଲେ’, ରାବତା ଭଳି ସିନେମାରେ ବି ଦେଖିବାକୁ ମିଳିଛି।