କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଘୁଞ୍ଚେଇବା ପାଇଁ ପରୀକ୍ଷାଥିମାନେ ଓଡିଶା ଲୋକସେବା ଆୟୋଗଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ଗତ ଡ଼ିସେମ୍ବର ତେଇଶି ତାରିଖ ରିଖ ପରୀକ୍ଷା ହେବାର ଥିଲା, ମାତ୍ର ସେଦିନ ନ ହୋଇ ତାକୁ ଜାନୁଆରୀ କୋଡିଏକୁ ସ୍ଥିର କାରାଯାଇଛି । ସେହି ଦିନରେ ଅନ୍ୟ ଚାରୀଟି ପରୀକ୍ଷା ସ୍ଥିର କରାଯାଇଛି । ପରୀକ୍ଷା ଅନ୍ୟ ତାରିଖକୁ ସ୍ଥାନାନ୍ତରିତ କରିବା ପାଇଁ ମୁଖ୍ୟ ବିଭାଗୀୟ ଅଫିସରଙ୍କୁ ପତ୍ର ଦେବା ସହିତ ମାନ୍ୟବର ହାଇକୋଟର ସାହାଯ୍ୟ ନେଇଛନ୍ତି ।