Odia News Portal

ଭଗ୍ରତାରା ଛକ ନିକଟରେ ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ

ଭଦ୍ରକ: ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଫଳରେ ଗାଡିରେ ଚିକିତ୍ସା ପାଇଁ ଯାଉଥିବା ଜଣେ ରୋଗୀଙ୍କ ସମେତ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଦ୍ରକ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ ଓ ଆମ୍ବୁଲାନ୍ସ କର୍ମଚାରୀ ପ୍ରମୋଦ ପରିଡା। ଚାନ୍ଦବାଲି-ଭଦ୍ରକ ରାଜପଥର ଭଗ୍ରତାରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଉପେନ୍ଦ୍ରଙ୍କ ଦେହ ଖରାପ ହେବାରୁ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଉଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି।