ଭୁବନେଶ୍ବର : କମିଶନରେଟ୍ ପୋଲିସର ୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଡ୍ ଫର୍ ରନ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଦୌଡ ଭୁବନେଶ୍ୱର ସପ୍ତମ ବାଟାଲିୟନ୍ ଠାରୁ ଆରମ୍ଭ ହୋଇ କମିଶନରେଟ୍ ପର୍ୟ୍ୟନ୍ତ ଯିବ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।
ଓଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀମାନେ ରୋଡ ଫର୍ ରନ୍ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।
