ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଦାବି ପ୍ରାକୃତିକ ବିପର୍ଯ୍ୟୟ ଓ ଲଗାତାର କେନ୍ଦ୍ରୀୟ ଅବହେଳା ରାଜ୍ୟ ପ୍ରଗତିରେ ପ୍ରତିବନ୍ଧକ ସାଜୁଛି, ଏଥିପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଛନ୍ତି ରାଜ୍ୟ ସରକାର । ବିପର୍ଯ୍ୟୟ ପରିଚାଳନା ବାବଦକୁ ୧୫୦୦ କୋଟି, ବାତ୍ୟା ଆଶ୍ରୟସ୍ଥଳୀ ଓ ସତର୍କ ସୂଚନାକୁ ସୁଦୃଢ଼ ପାଇଁ ଅର୍ଥ ବରାଦ, ୧୦ ବର୍ଷ ଯାଏ ଜିଏସ୍ଟି କ୍ଷତିପୂରଣ, କୋଲ୍ ମାଇନିଂ ଅଞ୍ଚଳରେ କ୍ଲିନ୍ ଏନର୍ଜି ସେସ୍ ଓ ରାଜ୍ୟର ଟିକସ ପରିମାଣ ୪୨%ରୁ ୫୦%କୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି
