Odia News Portal

ଭୟାବହ ଅଗ୍ନିକାଣ୍ଡରେ ବାସଗୃହ ଧ୍ୱଂସ, ବୃଦ୍ଧା ଆହାତ

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଅଧୀନ ତେରଗାଁ ଗ୍ରାମପଞ୍ଚାୟତ ସ୍ଥିତ ଓସ୍ତର ଗ୍ରାମ ର ମଢିଆ ଦାସ ଙ୍କ ବାସଗୃହ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ସଂପୂଣ୍ଣ ଧ୍ୱଂସ ହୋଇଯିବା ସହିତ ଗୃହ ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି ।ଅଗ୍ନିର ପ୍ରକୋପ ଏତେ କ୍ଷୀପ୍ର ଥିଲା ଯେ ଗୃହକର୍ତା ଙ୍କର ମା ମକ୍ଷୀ ଦାସ ନିଜକୁ ରକ୍ଷା କରିନପାରି ନିଆଁ ରେ ପୋଡିହୋଇ ଆହାତ ହୋଇଯାଇଥିଲେ ଏବଂ ବର୍ତମାନ ତାଙ୍କୁ ନିଆଁଲିଭା ଗାଡି ଉଦ୍ଧାରକରି ଚିକିତ୍ସାଳୟରେ ଭର୍ତି କରିଛନ୍ତି।ଅଗ୍ନିକାଣ୍ଡଟି ଭୋର୪ଟାରୁ ଘଟିଥିବା ସୂଚନା ମିଳୁଛି।ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।ଦମକଳବାହିନି ସହିତ ଗ୍ରାମବାସି ମାନେ ମିଶି ନିଆଁ କୁ ଆୟତ କରିଥିଲେ. ବିଭାଗିୟ ଅଧୀକାରି ଘଟଣା ସ୍ଥଳ ରେପହଞ୍ଚି କ୍ଷୟକ୍ଷତି ଆକଳନ କରିବାସହିତ ସାହାର୍ଯ୍ୟ ର ହାତ ବଢାଇବାକୁ ଦାବି ହୋଇଛି ।