Odia News Portal

ନିଆଁ ଲାଗି ୪ ବଖରା ଘର ସହିତ ଯୁବତୀ ଜୀବନ୍ତ ଦଗ୍ଧ

ଜଗତସିଂହପୁର: ରଘୁନାଥପୁର ଥାନା ରାଉତ ନୂଆଗାଁରେ ଅଘଟଣ । ଘରେ ନିଆଁ ଲାଗି ୪ ବଖରା ଘର ପୋଡି ଯିବା ସହ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଯୁବତୀ ଏହି ଗାଁର ଅଚ୍ୟୁତାନନ୍ଦ ଦାସଙ୍କ ଝିଅ ମାମା ଦାସ । ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ଖବର ପାଇ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏଥି ସହିତ ରଘୁନାଥପୁର ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।