Odia News Portal

କଂଗ୍ରେସ କର୍ମୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ନବରଙ୍ଗପୁର: ଉମରକୋଟ ବ୍ଳକ ଅନ୍ତର୍ଗତ ସିଂସାରୀ ଠାରେ କଂଗ୍ରେସର ଏକ ସାଧାରଣ ସଭାରେ, ଯୋଗଦେଇ ଘରକୁ ଫେରୁଥିବା ବେଳେ ପିକଅପ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ନଅ ଜଣ ଆହତ ହୋଇଛନ୍ତି । ସମସ୍ତେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏହି ଗାଡ଼ିରେ ୩୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଆସୁଥିଲେ ।